Author: TRUPTIMAYEE SAHOO

ରାଜ୍ୟରେ ସୁନା ଦରର ଅସ୍ଥିରତା ଗ୍ରାହକ ତଥା ନିବେଶକଙ୍କ ମନରେ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଆଗକୁ ଗଣେଶ ପୂଜା, ଦୁର୍ଗାପୂଜା, ଧନତେରସ୍ ଏବଂ ବିବାହ ଋତୁ ପାଖେଇ ଆସୁଥିବା ବେଳେ ଓଡ଼ିଶା ବଜାରରେ ସୁନା ଦର କ୍ରମାଗତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ପ୍ରାୟ ୧.୪୩ ଲକ୍ଷ ଟଙ୍କା ଛୁଇଁଛି। ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ଦରରେ ଏହି ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ସାଧାରଣ ଖାଉଟିଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ଉଙ୍କି ମାରିଛି— “ଏବେ ସୁନା କିଣିବା ଲାଭଦାୟକ ହେବ ନା ଦର ଆହୁରି ହ୍ରାସ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍?” କାହିଁକି ବଢ଼ୁଛି ସୁନା ଦର? ମୁଖ୍ୟ କାରଣ ଅର୍ଥନୈତିକ ବିଶ୍ଳେଷକ ଏବଂ ବୁଲିଅନ୍ ମାର୍କେଟ୍ ବିଶେଷଜ୍ଞଙ୍କ ମତରେ ସୁନା ଦରରେ ଏହି…

Read More