Author: TRUPTIMAYEE SAHOO

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର କର୍ମକର୍ତ୍ତା ନିର୍ବାଚନକୁ ନେଇ ଚାଲିଥିବା ବିବାଦ ଏବେ ଏକ ନୂଆ ତଥା ରୋଚକ ମୋଡ଼ରେ ପହଞ୍ଚିଛି। ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନେଇ ସଂଘ ଭିତରେ ତୀବ୍ର ମତଭେଦ ସୃଷ୍ଟି ହୋଇଥିବା ବେଳେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ନିଜର ଆଭିମୁଖ୍ୟ ବଦଳାଇ ସମସ୍ତଙ୍କୁ ଚକିତ କରିଛନ୍ତି। ନିର୍ବାଚନକୁ ଆଉ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ରଖାଯାଇ ପାରିବ ନାହିଁ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ନିୟମାବଳୀ ତଥା ସମ୍ବିଧାନ ଅନୁଯାୟୀ ତୁରନ୍ତ ନିର୍ବାଚନ କରାଯିବା ଉଚିତ ବୋଲି ସଭାପତି ଶ୍ରୀ ମହାନ୍ତି ଓଡ଼ିଶା ହାଇକୋର୍ଟରେ ସ୍ପଷ୍ଟ କରିଛନ୍ତି। ଏହା ସହିତ ନିର୍ବାଚନ ଘୁଞ୍ଚାଇବାକୁ ଚାହୁଁଥିବା ସମ୍ପାଦକ ସଞ୍ଜୟ ବେହେରାଙ୍କ ଗୋଷ୍ଠୀକୁ ଏହା ଏକ ବଡ଼ ଝଟ୍‌କା ବୋଲି କ୍ରୀଡ଼ା ମହଲରେ ଚର୍ଚ୍ଚା ହେଉଛି। କ’ଣ ଥିଲା ପୂରା ବିବାଦ? ଓସିଏର ଶେଷ ପୂର୍ଣ୍ଣାଙ୍ଗ ନିର୍ବାଚନ ୨୦୨୨ ମସିହା ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା।…

Read More