Author: TRUPTIMAYEE SAHOO

ସମଗ୍ର ଭାରତବର୍ଷରେ ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଅବସରରେ ମହା ଆଡ଼ମ୍ବରରେ ପାଳିତ ହୁଏ ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା। ସେ ହେଉଛନ୍ତି ସମଗ୍ର ବ୍ରହ୍ମାଣ୍ଡର ମୁଖ୍ୟ ସ୍ଥପତି, ପ୍ରଥମ ଇଞ୍ଜିନିୟର୍ ତଥା ଶିଳ୍ପ ଓ ଯାନ୍ତ୍ରିକ କଳାର ଆଦିଗୁରୁ। କଳକାରଖାନା, ନିର୍ମାଣ ସ୍ଥଳଠାରୁ ଆରମ୍ଭ କରି କ୍ଷୁଦ୍ର ଗ୍ୟାରେଜ୍ ଏବଂ ଆଇଟି ସଂସ୍ଥା ପର୍ଯ୍ୟନ୍ତ ସବୁଠି ଯନ୍ତ୍ରପାତି ଓ ଅସ୍ତ୍ରଶସ୍ତ୍ରକୁ ପୂଜାର୍ଚ୍ଚନା କରାଯାଇ ସୁରକ୍ଷା ଓ ଉନ୍ନତି କାମନା କରାଯାଏ। କିନ୍ତୁ ଭଗବାନ ବିଶ୍ୱକର୍ମା କିଏ? ପୁରାଣରେ ତାଙ୍କର ସୃଷ୍ଟି ଓ କାର୍ଯ୍ୟର ମହତ୍ତ୍ୱ କ’ଣ? ଏବଂ ଜଗନ୍ନାଥ ସଂସ୍କୃତି ତଥା ଓଡ଼ିଶା ସହ ତାଙ୍କର କି ସମ୍ପର୍କ ରହିଛି? ଆସନ୍ତୁ ଜାଣିବା ଏହି ପବିତ୍ର ପର୍ବ ପଛରେ ଥିବା ରୋଚକ ପୌରାଣିକ କାହାଣୀ। କିଏ ଏହି ଭଗବାନ ବିଶ୍ୱକର୍ମା? ହିନ୍ଦୁ ଧର୍ମଶାସ୍ତ୍ର ଓ ଋଗ୍‌ବେଦ ଅନୁଯାୟୀ, ବିଶ୍ୱକର୍ମା ହେଉଛନ୍ତି ବାସ୍ତୁଦେବ ଏବଂ ଅଙ୍ଗିରସୀଙ୍କ ସୁପୁତ୍ର। ତାଙ୍କୁ ସ୍ୱୟମ୍ଭୂ ମଧ୍ୟ କୁହାଯାଏ।…

Read More