Author: TRUPTIMAYEE SAHOO

ଆସନ୍ତାକାଲି ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଗୋଟିଏ ବର୍ଷ ପୁରୁଛି । ଏହା ମଧ୍ୟରେ, ତଦନ୍ତ ରିପୋର୍ଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ମେ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା AI-୧୭୧ ଦୁର୍ଘଟଣା ଉପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଏକ ମଧ୍ୟବର୍ତ୍ତୀକାଳୀନ କିମ୍ବା ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିପାରେ । ଏହା ଉଲ୍ଲେଖନୀୟ ଯେ, ଏହି ଦୁର୍ଘଟଣାରେ ୨୬୦ ଜଣ ପ୍ରାଣ ହରାଇଛନ୍ତି ଏବଂ ଶୁକ୍ରବାର ଏହାର ପ୍ରଥମ ବାର୍ଷିକୀ । ‘ଟାଇମ୍ସ ଅଫ୍ ଇଣ୍ଡିଆ’ ର ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ନାଗରିକ ବିମାନ ଚଳାଚଳ ସଂଗଠନ (ICAO) ର ପରିଶିଷ୍ଟ ୧୩ରେ ଉଲ୍ଲେଖ କରାଯାଇଛି ଯେ ଯଦି ଦୁର୍ଘଟଣାର ୧୨ ମାସ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ପାରିବ ନାହିଁ, ତେବେ ସମ୍ପୃକ୍ତ ଦେଶ ପ୍ରତ୍ୟେକ ବାର୍ଷିକୀରେ ତଦନ୍ତର ଅଗ୍ରଗତି ବିଷୟରେ ଏକ ମଧ୍ୟବର୍ତ୍ତୀକାଳୀନ ବିବୃତ୍ତି ଜାରି…

Read More