Author: TRUPTIMAYEE SAHOO

ଭାବନ୍ତୁ ତ ଥରେ—ଯଦି ପୃଥିବୀରେ କୌଣସି ଗୁଳି ନ ଚାଲି, କୌଣସି ବୋମା ନ ଫୁଟି, ହଠାତ୍ ଗୋଟିଏ ଝଟକାରେ ଆପଣଙ୍କ ମୋବାଇଲ୍ ନେଟୱାର୍କ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ? ଇଣ୍ଟରନେଟ୍ ବନ୍ଦ, ବ୍ୟାଙ୍କିଂ ସିଷ୍ଟମ୍ କ୍ରାସ୍, ଜିପିଏସ୍ ନେଭିଗେସନ୍ ଅଚଳ, ଆଉ ସେନାବାହିନୀର ମିସାଇଲ୍ ରାଡାର୍ ସବୁ ଅନ୍ଧ ହୋଇଯାଏ? କେବଳ ଏତିକି ନୁହେଁ, ମହାକାଶରୁ ସିଧାସଳଖ ପୃଥିବୀ ଉପରକୁ ଖସିପଡ଼େ କୌଣସି ଅଜ୍ଞାତ ମାରାତ୍ମକ ଅସ୍ତ୍ର! ଏହା କୌଣସି ହଲିଉଡ୍ ସାଇନ୍ସ-ଫିକ୍ସନ୍ ଫିଲ୍ମର କାହାଣୀ ନୁହେଁ। ଏହା ଆଜିର କଠୋର ସତ୍ୟ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏପରି ଏକ ଘୋଷଣା କରିଛି, ଯାହା ପୂରା ଦୁନିଆରେ ଭୂକମ୍ପ ସୃଷ୍ଟି କରିଛି। ଆମେରିକା ସ୍ପଷ୍ଟ ଭାବେ ସ୍ୱୀକାର କରିଛି ଯେ, ସେମାନେ ମହାକାଶର କକ୍ଷପଥରେ ଏପରି ଅସ୍ତ୍ରଶସ୍ତ୍ର ମୁତୟନ କରିସାରିଛନ୍ତି, ଯାହା ଶତ୍ରୁର ମହାକାଶୀୟ ଆକ୍ରମଣକୁ ଧୂଳିସାତ୍ କରିବା ସହ ପୃଥିବୀରେ ଥିବା ଟାର୍ଗେଟକୁ ମଧ୍ୟ ଧ୍ୱଂସ କରିପାରିବ।…

Read More