Author: TRUPTIMAYEE SAHOO

ଆସାମ ଗୋପାଳନ ଆଇନ, ୨୦୨୧ ; ବ୍ୟକ୍ତିଗତ ଭାବରେ ଗୋମାଂସ ଖାଇବାକୁ ନିଷେଧ କରେ ନାହିଁ କିନ୍ତୁ ରେଷ୍ଟୁରାଣ୍ଟ ସମେତ ସାର୍ବଜନୀନ ସ୍ଥାନରେ ଏବଂ ମନ୍ଦିରର ୫କିଲୋମିଟର ପରିଧି ମଧ୍ୟରେ ଏହାର ବିକ୍ରୟ ଏବଂ ବ୍ୟବହାରକୁ ନିଷେଧ କରେ । ନିର୍ବାଚନ ପୂର୍ବରୁ , ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୋମାଂସ ଖାଇବା ଉପରେ ତାଙ୍କର ମତ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଏହାକୁ ସେ ନିଷେଧ କରିବାକୁ ଚାହୁଁନାହାଁନ୍ତି କିନ୍ତୁ ଏସବୁକୁ ବ୍ୟକ୍ତିଗତ ସ୍ଥାନରେ ସୀମିତ ରଖିବାକୁ ଚାହୁଁଛନ୍ତି । ନିଜ ବୟାନରେ ସେ ଗଣମାଧ୍ୟମ କୁ କହିଛନ୍ତି “ଆସାମରେ ଏକ ବଡ଼ ମୁସଲିମ ସମ୍ପ୍ରଦାୟ ଅଛି ଯେଉଁମାନେ କି ଗୋମାଂସ ଖାଆନ୍ତି । ମୁଁ ଏହାକୁ ବନ୍ଦ କରୁନାହିଁ । ମୁଁ କେବଳ କହୁଛି, ଏହାକୁ ଆପଣଙ୍କ ଘର ଭିତରେ ଖାଆନ୍ତୁ । ଏହାକୁ ସାର୍ବଜନୀନ ସ୍ଥାନରେ ଖାଆନ୍ତୁ ନାହିଁ।” ସେ ଜୋର ଦେଇ କହିଥିଲେ…

Read More