Author: TRUPTIMAYEE SAHOO

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଜଣେ ସାଧାରଣ ଗୃହିଣୀ ନଦିଆ ମଣ୍ଡଳ। ଦୀର୍ଘ ୨୭ ବର୍ଷ ତଳେ ବାହା ହୋଇ ସେ ଦୁତ୍ତାପୁକୁରକୁ ଆସିଥିଲେ। ପାଖରେ ଆଧାର କାର୍ଡ ଅଛି, ପରିଚୟ ପତ୍ର ଅଛି ଏବଂ ଜଣେ ଭାରତୀୟ ନାଗରିକ ଭାବେ ଗର୍ବ ମଧ୍ୟ ଅଛି। କିନ୍ତୁ ୨୦୨୬ ବିଧାନସଭା ନିର୍ବାଚନର ଠିକ୍ କିଛି ଦିନ ପୂର୍ବରୁ ତାଙ୍କ ପାଦତଳୁ ମାଟି ଖସିଯାଇଛି। କାରଣ ହେଉଛି—ଭୋଟର ତାଲିକାରୁ ତାଙ୍କ ନାଁ କଟିଯାଇଛି। ନଦିଆଙ୍କ ଭଳି ପଶ୍ଚିମବଙ୍ଗର ପ୍ରାୟ ୯୦.୮୩ ଲକ୍ଷ ମତଦାତା ଏବେ ଏହି ସମାନ ସଙ୍କଟର ସମ୍ମୁଖୀନ। ଭାରତୀୟ ନିର୍ବାଚନ କମିଶନଙ୍କ ସ୍ପେଶାଲ ଇନଭେଷ୍ଟିଗେସନ୍ ଆଣ୍ଡ ରେକ୍ଟିଫିକେସନ୍ (ଏସ୍‍ଆଇଆର) କାର୍ଯ୍ୟକ୍ରମ ପରେ ବେଙ୍ଗଲ୍ ରାଜନୀତିରେ ଏକ ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ସଂଖ୍ୟାର ମାୟାଜାଲ ଓ ନିର୍ବାଚନ କମିଶନଙ୍କ କଡ଼ା ପଦକ୍ଷେପ ସୋମବାର ବିଳମ୍ବିତ ରାତିରେ ନିର୍ବାଚନ କମିଶନ ଜାରି କରିଥିବା ୧୨ତମ ତଥା ଚୂଡ଼ାନ୍ତ ସପ୍ଲିମେଣ୍ଟାରୀ…

Read More