Author: TRUPTIMAYEE SAHOO

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲୁଥିବା ବେଆଇନ ଗୋ-ଚାଲାଣର ମେରୁଦଣ୍ଡ ଭାଙ୍ଗିବା ପାଇଁ ପୂର୍ବାଞ୍ଚଳ ପୋଲିସ ଏକ ବଡ଼ ଧରଣର ଅପରେସନ୍ ଆରମ୍ଭ କରିଛି। ଦୀର୍ଘ ଦିନର ଯୋଜନା ଏବଂ ଗୁଇନ୍ଦା ସୂଚନାକୁ ଆଧାର କରି ମଙ୍ଗଳବାର ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ମେଗା କ୍ରାକଡାଉନ୍‌ରେ ଗୋ-ମାଫିଆଙ୍କ କଳା ସାମ୍ରାଜ୍ୟର ଚିତ୍ର ପଦାକୁ ଆସିଛି। ଚଢ଼ାଉ ବେଳେ ପୋଲିସ କେବଳ ମାଫିଆଙ୍କୁ ଅଟକ ରଖିନାହିଁ, ବରଂ ୫୦ ଲକ୍ଷରୁ ଅଧିକ ନଗଦ ଟଙ୍କା, କିଲୋ କିଲୋ ସୁନା, ବନ୍ଧୁକ, ଖଣ୍ଡା ଏବଂ ଗୋ-ଚାଲାଣରେ ବ୍ୟବହୃତ ବିଳାସପୂର୍ଣ୍ଣ ଗାଡ଼ି ଜବତ କରିଛି। ଏହି ଅପରେସନ୍ ପ୍ରମାଣିତ କରିଛି ଯେ ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ଏକ ଶକ୍ତିଶାଳୀ ଗୋ-ତସ୍କରୀ ସିଣ୍ଡିକେଟ୍ କାର୍ଯ୍ୟ କରୁଛି। ଅପରେସନ୍‌ ‘କ୍ରାକଡାଉନ୍‌’: ଡିଆଇଜିଙ୍କ ନେତୃତ୍ୱରେ ବ୍ଲୁ-ପ୍ରିଣ୍ଟ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପୂରା ଯୋଜନା ପ୍ରସ୍ତୁତ କରାଯାଇଥିଲା। ବାଲେଶ୍ୱର, ଭଦ୍ରକ ଓ…

Read More