Author: TRUPTIMAYEE SAHOO

ଓଡ଼ିଶା ପୁଲିସର ‘ପାରିବାପଣିଆ’ ଏବେ ସନ୍ଦେହ ଘେରରେ। ଗୋଟିଏ ପଟେ ଦେଶର ସର୍ବୋଚ୍ଚ ଅଦାଲତଙ୍କ କଡ଼ା ନିର୍ଦ୍ଦେଶ ଏବଂ ଅନ୍ୟପଟେ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ; ଏ ସବୁକୁ ଫୁ’ କରି ଉଡ଼ାଇ ଦେଇଛି ରାଜ୍ୟ ପୁଲିସ ପ୍ରଶାସନ। ଯେଉଁ ଥାନା ଓ ଫାଣ୍ଡିରେ ସାଧାରଣ ଜନତାଙ୍କୁ ସୁରକ୍ଷା ମିଳିବା କଥା, ସେଠାରେ ଏବେ ‘ଡିଜିଟାଲ୍ ଅନ୍ଧାର’। ରାଜ୍ୟର ୨୬ଟି ଥାନା ଓ ୩୨ଟି ଫାଣ୍ଡିରେ ଆଜି ବି ସିସିଟିଭି କ୍ୟାମେରା ନାହିଁ। କେବଳ ସେତିକି ନୁହେଁ, ପ୍ରାୟ ୪୦ ପ୍ରତିଶତ ଥାନାରେ ସିସିଟିଏନଏସ୍ (Crime and Criminal Tracking Network & Systems) ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି। ବିଡ଼ମ୍ବନାର ବିଷୟ ହେଉଛି, ଏପରି ସାଂଘାତିକ ବିଫଳତା ସତ୍ତ୍ୱେ ପୁଲିସ ଏବେ ‘ରାଷ୍ଟ୍ରପତି ପୁଲିସ କଲର୍ସ ଆୱାର୍ଡ’ର ସେଲିବ୍ରେସନ୍ ପାଇଁ ପ୍ରସ୍ତୁତିରେ ମାତିଛି। ଭରତପୁରରୁ ଭୁବନେଶ୍ୱର: ଖୋଲିଲା ପୋଲ୍‌ ୨୦୨୪ ସେପ୍ଟେମ୍ବର ମାସରେ ରାଜଧାନୀ ଭୁବନେଶ୍ୱରର ଭରତପୁର…

Read More