Author: TRUPTIMAYEE SAHOO

ଦୀର୍ଘ ପ୍ରାୟ ୨୭ ବର୍ଷ ଧରି ଝୁଲି ରହିଥିବା ଏକ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିବାଦର ଅନ୍ତ ଘଟାଇ ସୁପ୍ରିମକୋର୍ଟଙ୍କ ସାତ ଜଣିଆ ସମ୍ବିଧାନ ପୀଠ ଓଡ଼ିଶା ସରକାରଙ୍କ ସପକ୍ଷରେ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ବିକ୍ରୟ କର ଆଇନ (Orissa Sales Tax Act, 1947) ର ସଂଶୋଧିତ ଧାରା ୫-ଏ ଅଧୀନରେ ବ୍ୟବସାୟୀଙ୍କ ଉପରେ ସରଚାର୍ଜ (ଅତିରିକ୍ତ ଶୁଳ୍କ) ଧାର୍ଯ୍ୟ କରିବାକୁ ନେଇ ଦାଏର ମାମଲାରେ ସର୍ବୋଚ୍ଚ ଅଦାଲତ ରାଜ୍ୟ ଆଇନର ବୈଧତାକୁ ଲାଗୁ ରଖିଛନ୍ତି। ବିକ୍ରୟ କର ଉପରେ ଅତିରିକ୍ତ ଟ୍ୟାକ୍ସ ବା ସରଚାର୍ଜ ଲାଗୁ କରିବା ପାଇଁ ରାଜ୍ୟ ବିଧାନସଭାର ସମ୍ପୂର୍ଣ୍ଣ ସାମ୍ବିଧାନିକ କ୍ଷମତା ରହିଛି ବୋଲି ସମ୍ବିଧାନ ପୀଠ ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ ଅଧିକାରକୁ ଏକ ବଡ଼ ସାମ୍ବିଧାନିକ ବଳ ମିଳିଛି। କ’ଣ ଥିଲା ମାମଲାର ପୃଷ୍ଠଭୂମି? (ଅର୍ଜୁନ ଫ୍ଲୋର୍ ମିଲ୍ସ…

Read More