Author: TRUPTIMAYEE SAHOO

କେନ୍ଦ୍ର ସରକାରଙ୍କ ସଂଶୋଧିତ ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟାମକ) ଆଇନ ବା ଏମ୍‌ଏମ୍‌ଡିଆର୍ (MMDR) ଆକ୍ଟ-୨୦୨୬ କୁ ନେଇ ରାଜ୍ୟ ରାଜନୀତିରେ ମହା ବିସ୍ଫୋରଣ ଘଟିଛି। ଓଡ଼ିଶାର ଖଣି ସମ୍ପଦ ଏବଂ ରାଜସ୍ୱ ସ୍ୱାର୍ଥ ଉପରେ କୁଠାରାଘାତ ଅଭିଯୋଗ ଆଣି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ଏକ ବିରାଟ ଆନ୍ଦୋଳନର ଡାକରା ଦେଇଛି। ପାର୍ବଣ ଋତୁ ପରେ, ଅର୍ଥାତ୍ ଦଶହରା ପରେ ସାରା ରାଜ୍ୟରେ ‘ଓଡ଼ିଶା ବନ୍ଦ’ ପାଳନ କରାଯିବ ବୋଲି ଦଳ ଘୋଷଣା କରିଛି। ଏହା ସହିତ ରାଜ୍ୟର ଖଣି ଅଞ୍ଚଳଗୁଡ଼ିକରେ ଖଣିଜ ଉତ୍ତୋଳନ ତଥା ପରିବହନକୁ ସମ୍ପୂର୍ଣ୍ଣ ଠପ୍ କରିବା ଲାଗି ଲଗାତାର ସାତ ଦିନିଆ ‘ଅର୍ଥନୈତିକ ଅବରୋଧ’ କରାଯିବ ବୋଲି ପିସିସି ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି କଠୋର ଆଭିମୁଖ୍ୟ ସମ୍ପର୍କରେ…

Read More