Author: TRUPTIMAYEE SAHOO

ଓଡ଼ିଶାର ଗୌରବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବଂଶବୃଦ୍ଧି ଓ ଜିନ୍ ବିବିଧତା ବଢ଼ାଇବା ଲକ୍ଷ୍ୟରେ ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀ ‘ଯମୁନା’ର ବେକରୁ ଖୁବ୍ ଶୀଘ୍ର ରେଡିଓ କଲାର୍ କଢ଼ାଯିବ। ଦୀର୍ଘ ପ୍ରାୟ ଦୁଇ ମାସ ଧରି ଏହି ରେଡିଓ କଲାର୍‌ର ବ୍ୟାଟେରି ସମ୍ପୂର୍ଣ୍ଣ ସରିଯାଇଥିବାରୁ ଏହା କୌଣସି ଟ୍ରାକିଂ ସିଗ୍‌ନାଲ୍ ଦେଉନାହିଁ। ଫଳରେ ସାଟେଲାଇଟ୍ ବା ଭିଏଚ୍‌ଏଫ୍ ପ୍ରଣାଳୀ ଜରିଆରେ ବାଘୁଣୀର ଗତିବିଧି ଜାଣିବା ସମ୍ଭବ ହେଉନାହିଁ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡକୁ ତାର ରେଡିଓ କଲାର୍ ଖୋଲିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିପରି ହେବ ରେଡିଓ କଲାର୍ ଅପସାରଣ? ସାଧାରଣତଃ ବନ୍ୟଜନ୍ତୁଙ୍କ ଦେହରୁ କୌଣସି ଉପକରଣ କାଢ଼ିବା ପାଇଁ ସେମାନଙ୍କୁ ନିଶ୍ଚେତକ ବା ଟ୍ରାଙ୍କୁଲାଇଜ୍ କରିବାକୁ ପଡ଼ିଥାଏ। ମାତ୍ର ‘ଯମୁନା’ କ୍ଷେତ୍ରରେ ଏହାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ବନ ବିଭାଗ ସ୍ପଷ୍ଟ କରିଛି: ରିମୋଟ୍ ଅନ୍‌ଲକ୍…

Read More