Author: TRUPTIMAYEE SAHOO

ତୀର୍ଥକ୍ଷେତ୍ର ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯୋଜନା କରୁଥିବା ଭକ୍ତମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ପବିତ୍ର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ‘ବାମନ ଜନ୍ମ’ ଏବଂ ଗୁପ୍ତ ନୀତିକାନ୍ତି ପାଇଁ ଆଜି ବୁଧବାର ସାଧାରଣ ଦର୍ଶନ ପ୍ରାୟ ୬ ଘଣ୍ଟା ଧରି ସମ୍ପୂର୍ଣ୍ଣ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସମ୍ପର୍କରେ ବିଧିବଦ୍ଧ ସୂଚନା ଜାରି କରାଯାଇ ଭକ୍ତମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ନିର୍ଦ୍ଧାରିତ ନୀତିକାନ୍ତି ସମ୍ପନ୍ନ ହେବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ସ୍ୱାଭାବିକ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେଉଁ ସମୟରେ ବନ୍ଦ ରହିବ ଦର୍ଶନ? ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ: ନୀତି ଅନୁସାରେ ନିର୍ଣ୍ଣୟ : ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନରୁ ରାତି ପର୍ଯ୍ୟନ୍ତ…

Read More