Author: TRUPTIMAYEE SAHOO

ପର୍ଯ୍ୟଟନ ନିବେଶ ଦୃଷ୍ଟିରୁ ଓଡ଼ିଶା ଅତ୍ୟନ୍ତ ଅନୁକୂଳ; କେଭି  ପୂର୍ବ ଭାରତର ପ୍ରବେଶ ପଥ ଭାବେ ପରିଚିତ ଓଡ଼ିଶା ପ୍ରାକୃତିକ ସମ୍ପଦର ଗନ୍ତାଘର । ୪୮୦ କିଲୋମିଟର ବିସ୍ତୀର୍ଣ୍ଣ ବେଳାଭୂମି, ପରିବ୍ୟାପ୍ତ ନଦୀ, ପରିପୂର୍ଣ୍ଣ ଖଣିଜ ସମ୍ପଦ, ହଜାର ହଜାର ଏକର ଅରଣ୍ୟ ହେଉଛି ଓଡ଼ିଶାର ଶକ୍ତି । ଏଥିସହ ଏଠାରେ କୁଶଳୀ ଓ ଦକ୍ଷ ମାନବ ସମ୍ବଳ ଉପଲବ୍ଧ । ଏସବୁକୁ ଦେଖିଲେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପର୍ଯ୍ୟଟନ ଓ ନିବେଶ ଦୃଷ୍ଟିରୁ ଓଡ଼ିଶା ନିବେଶକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରବାସୀ ଭାରତୀୟ ଦିବସରେ ଅନୁଷ୍ଠିତ “ଅପାର ସମ୍ଭାବନାର ଭୂମି ଆମ ଓଡ଼ିଶା” ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ କରିଥିଲେ । କ୍ରୀଡା ଭିତ୍ତିଭୂମିର ବିକାଶ ସହିତ ଦେଶ ବିଦେଶ ସହ ବିମାନ ସଂଯୋଗୀକରଣକୁ ଅଧିକ ଉନ୍ନତ କରିପାରିଲେ ଓଡ଼ିଶାର ଅର୍ଥନୀତି ସୁଦୃଢ ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଥିଲେ। ଐତିହ୍ୟ ପର୍ଯ୍ୟଟନ…

Read More