Author: TRUPTIMAYEE SAHOO

ଆକାଶବାଣୀ ଏବଂ ଦୂରଦର୍ଶନ ଦ୍ୱାରା ହୋଇଛି ପ୍ରସ୍ତୁତ  ୨୦୨୫ ମହାକୁମ୍ଭ ପାଇଁ ଦୂରଦର୍ଶନ ଦ୍ୱାରା ପ୍ରସ୍ତୁତ ବିଷୟବସ୍ତୁ ସଂଗୀତ “ମହାକୁମ୍ଭ ହୈ”କୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉନ୍ମୋଚନ କରିଛନ୍ତି। ମହାକୁମ୍ଭକୁ ଏକ ସଂଗୀତମୟ ଶ୍ରଦ୍ଧାଞ୍ଜଳି: ଭକ୍ତି, ପରମ୍ପରା ଏବଂ ଉତ୍ସବର ଏକ ସଂଗୀତ। ବିଶିଷ୍ଟ ଗାୟକ ପଦ୍ମଶ୍ରୀ କୈଳାସ ଖେର ଗାଇଥିବା ଏହି ଗୀତ ଭକ୍ତି, ଉତ୍ସବ ଏବଂ କିମ୍ବଦନ୍ତୀ ମହାକୁମ୍ଭର ଜୀବନ୍ତ ସାଂସ୍କୃତିକ ସାରକୁ ଅନ୍ତର୍ଭୁକ୍ତ କରିଛି । ପ୍ରସିଦ୍ଧ ଲେଖକ ଆଲୋକ ଶ୍ରୀବାସ୍ତବଙ୍କ ଦ୍ୱାରା ଲିଖିତ ଗଭୀର ଅର୍ଥ ବୋଧକ ଗୀତ ଏବଂ କ୍ଷୀତିଜ ତାରେଙ୍କ ଦ୍ୱାରା ସଂଯୋଜିତ ପ୍ରାଣଛୁଆଁ ସଂଗୀତ, ବିଶ୍ୱାସ, ପରମ୍ପରା ଏବଂ ଉତ୍ସବର ସଙ୍ଗମକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରେ ଯାହା ମହାକୁମ୍ଭକୁ ବ୍ୟାଖ୍ୟା କରିଥାଏ। ପାରମ୍ପରିକ ମେଲୋଡି ଏବଂ ଆଧୁନିକ ବ୍ୟବସ୍ଥାର ଏକ ସୁସଂଗତ…

Read More