Author: TRUPTIMAYEE SAHOO

କୃଷି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୧ରୁ ଆରମ୍ବ ହୋଇଥିବା ଇକୋ-ରିଟ୍ରିଟ୍ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପର୍ଯ୍ୟଟକମାନେ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ସ୍ଥଳୀର ମଜା ନେବା ସହ ପର୍ଯ୍ୟଟନର ବିକାଶ ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟକମାନେ ଆମୋଦପୂର୍ଣ୍ଣ ରହଣି, ଜଳ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ମଜା ନେଉଛନ୍ତି । ରାଜ୍ୟର କୋଣାର୍କ, ପୁଟସିଲ, ସୋନାପୁର, ଦାରିଙ୍ଗବାଡି, ଭିତରକନିକା, ସାତକୋଶିଆ ଓ ହୀରାକୁଦ ୭ଟି ସ୍ଥାନରେ ଇକୋ ରିଟ୍ରିଟର ଆୟୋଜନ କରାଯାଇଛି । ଶ୍ରୀଅନ୍ନ ଅଭିଯାନ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର କାର୍ଯକ୍ରମ ।  ଶ୍ରୀଅନ୍ନ ଅଭିଯାନ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ କୋଣାର୍କ, ଦାରିଙ୍ଗବାଡି, ସୋନାପୁର ଓ ପୁଟସିଲରେ ଆୟୋଜିତ…

Read More