Author: TRUPTIMAYEE SAHOO

ବୁଧବାର ମଇ ୨୦ରେ ଜାତି ଜନଗଣନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି କହିଛନ୍ତି ଯେ , ‘ଜାତି ଜନଗଣନା ନୀତିଗତ ବିଷୟ ଏବଂ ତେଣୁ, ଏହା ଏହି ମାମଲାରେ ଆମେ ହସ୍ତକ୍ଷେପ କରିପାରିବୁ ନାହିଁ । ଏହି ଜନଗଣନା କରିବା କଥା କି ନାହିଁ ତାହା ସରକାରଙ୍କ ନିଷ୍ପତ୍ତି ।’ କୋର୍ଟ ଆହୁରି ଟିପ୍ପଣୀ ଦେଇଛନ୍ତି ଯେ “ସରକାରଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ର ଜନସଂଖ୍ୟା ବିଷୟରେ ଅବଗତ ରହିବା ଆବଶ୍ୟକ । ବିଶେଷକରି, ସରକାରଙ୍କୁ ଜାଣିବା ଆବଶ୍ୟକ ଯେ କେତେ ଲୋକ ପଛୁଆ ବର୍ଗର ଲୋକ ଦେଶରେ ବସବାସ କରୁଛନ୍ତି । ଏହି ରାୟ ସିଜେଆଇ ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ବିପୁଲ ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଛନ୍ତି । ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ ଜାତିଭିତ୍ତିକ ତଥ୍ୟର ଅପବ୍ୟବହାର ହୋଇପାରେ…

Read More