Author: TRUPTIMAYEE SAHOO

‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ଅଧୀନରେ ନିର୍ମିତ ଅସ୍ତ୍ରଶସ୍ତ୍ରର ବିଶ୍ୱସ୍ତରୀୟ ଚାହିଦା ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ, ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସଫଳତା ଉଭା ହେଉଛି । ଭାରତର ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ, ଆର୍ମେନିଆ, ଆଉ କେବଳ ଭାରତୀୟ ଅସ୍ତ୍ରଶସ୍ତ୍ର କ୍ରୟ କରୁନାହିଁ ; ଏହା ବର୍ତ୍ତମାନ ଭାରତର ସହାୟତାରେ ନିଜ ସୀମା ମଧ୍ୟରେ ଗାଇଡେଡ୍ ପିନାକା ରକେଟ୍ ଏବଂ ୧୫୫mm ତୋପ ସେଲ୍ ର ସ୍ଥାନୀୟ ଉତ୍ପାଦନ କରିବାକୁ ପ୍ରସ୍ତୁତ ହେଉଛି । ଏହି ମେଗା-ପ୍ରୋଜେକ୍ଟ ସମ୍ପର୍କରେ ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ଆରମ୍ଭ ହୋଇସାରିଛି । ଆର୍ମେନିଆ ପ୍ରଥମ ବିଦେଶୀ ରାଷ୍ଟ୍ର ଥିଲା ଯିଏ DRDO ଦ୍ୱାରା ବିକଶିତ ପିନାକା ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ (MBRL) ସିଷ୍ଟମ୍ ହାସଲ କରିଥିଲା । ଏହି ଚୁକ୍ତି ପରେ ପ୍ରାୟ ୨,୦୦୦କୋଟି ମୂଲ୍ୟର ଅତ୍ୟାଧୁନିକ ଗାଇଡେଡ୍ ପିନାକା ରକେଟ୍ ର ପ୍ରଥମ ମାଲବାହୀ ଆର୍ମେନିଆକୁ ପ୍ରଦାନ କରାଯାଇଛି । ତଥାପି, ଆର୍ମେନିଆ…

Read More