Author: TRUPTIMAYEE SAHOO

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୫୦ ଲକ୍ଷ ଟଙ୍କା ଲାଞ୍ଚ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ କୋଲକାତାର ଫୋର୍ଟ ୱିଲିୟମରେ ପୂର୍ବ କମାଣ୍ଡରେ ଆର୍ମି ଅର୍ଡନାନ୍ସ କୋର୍ପସ (AOC)ରେ ନିୟୋଜିତ ଭାରତୀୟ ସେନାର ଜଣେ କାର୍ଯ୍ୟରତ କର୍ଣ୍ଣେଲଙ୍କୁ ଗିରଫ କରିଛି । ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା ୬୧(୨) ଏବଂ ଦୁର୍ନୀତି ନିବାରଣ ଆଇନର ବହୁ ଧାରା ଅଧୀନରେ ପଞ୍ଜିକୃତ FIR ଅନୁଯାୟୀ, କର୍ଣ୍ଣେଲ ବାଲି ଏକ ଅପରାଧିକ ଷଡ଼ଯନ୍ତ୍ର ଏବଂ ଲାଞ୍ଚ କାରବାରରେ ଜଡିତ ଥିଲେ । ଅଧିକାରୀଙ୍କ ଅନୁଯାୟୀ, ବାଲି ନିୟମିତ ଭାବରେ ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ ଥିଲେ । ଯେଉଁଥିରେ ଟେଣ୍ଡର ପ୍ରଦାନରେ ହେରଫେର, ବିଚାରାଧୀନ ବିଲ୍ ପାସ୍ କରିବା ଏବଂ ଜାଣିଶୁଣି ନିମ୍ନମାନର ସାମଗ୍ରୀର ନମୁନା ସବୁକୁ ମଞ୍ଜୁରୀ ଦେବାର ଅନ୍ତର୍ଭୁକ୍ତ ଥିଲା । ଏହି ବ୍ୟବସ୍ଥାର ପ୍ରାଥମିକ ଲାଭାର୍ଥୀ ମେସର୍ସ ଇଷ୍ଟର୍ଣ୍ଣ ଗ୍ଲୋବାଲ୍ ଲିମିଟେଡ୍ ଭାବରେ ଚିହ୍ନଟ କରାଯାଇଛି, ଯାହା କାନପୁରରେ…

Read More