Author: TRUPTIMAYEE SAHOO

ଏଥର ଭଲ ମୌସୁମି ପ୍ରବାହ ସହିତ ଉତ୍ତମ ବର୍ଷାର ଯେଉଁ ଆକଳନ କରାଯାଇଥିଲା ଏ ଯାବତ୍ ମୋଟାମୋଟି ତାହା ସନ୍ତୋଷଜନକ ରହିଛି । ଅଗଷ୍ଟ ୧ ତାରିଖ ସୁଦ୍ଧା ମିଳିଥିବା ସରକାରୀ ତଥ୍ୟ ଅନୁସାରେ ସମଗ୍ର ଦେଶ ୯୩.୨୯ ନିୟୁତ ହେକ୍ଟର ସାଧାରଣ ଚାଷଜମିରେ ଖରିଫ ଫସଲ ବୁଣାବୁଣି କାର୍ଯ୍ୟ ଶେଷ ହୋଇଛି । ଏହା ଦେଶର ସାଧାରଣ ଚାଷ ଉପଯୋଗୀ ଜମିର ୮୫ ଶତାଂଶ । ସେଥି ମଧ୍ୟରୁ ଗତବର୍ଷ ଠାରୁ ଅଧିକ ଜମିରେ ଧାନ ଓ ମକା ଚାଷ ହୋଇଥିବାବେଳେ ସୋୟାବିନ୍, ଦିନାବାଦାମ ଓ କପାଚାଷ କମିଛି । ଖରିଫ ଧାନଚାଷ ବଢ଼ିବା ଏକ ଭଲ ଲକ୍ଷଣ ନୁହେଁ । ବର୍ଷା ଉପରେ କମ୍ ନିର୍ଭରଶୀଳ ଓ ସଅଳ ଉତ୍ପାଦିତ ହେଉଥ‌ିବା ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଏହି ଋତୁରେ ଅଧିକ ଚାଷ ହେବା ଉଚିତ । ଏହା ଫଳରେ ଚାଷୀଙ୍କର ଖର୍ଚ୍ଚ କମ୍ ହେବା…

Read More