Author: TRUPTIMAYEE SAHOO

ଏବେ ବିଜେଡିର ଅଲୋଡ଼ା ନେତା ଭୂପିନ୍ଦର ସିଂହ ଗଣମାଧ୍ୟମର ଚର୍ଚ୍ଚାରେ ରହିବାକୁ ବଡ଼ ଆଗ୍ରହ ଦେଖାଇଛନ୍ତି। ଏପରିକି ଏଥିଲାଗି ସେ ବିଜେଡି ସଂଗଠନକୁ ସମାଲୋଚନା କରିବାକୁ ବି ଭୁଲି ନାହାନ୍ତି। ବିଧାନସଭାରେ ନିଜେ ବିରୋଧୀ ଦଳର ନେତା ରହିବା ପରେ ହଠାତ୍‍ ଦିନେ ଶାସକ ଦଳକୁ ଡେଇଁପଡ଼ି ପ୍ରାର୍ଥୀ ହୋଇଥିବା ଭୂପିନ୍ଦର ଏବେ ବିରୋଧୀ ଦଳ ଆସନରେ ଥିବା ନିଜ ଦଳକୁ ସମାଲୋଚନା କରିଛନ୍ତି। ଏପରିକି ତାଙ୍କ ପାଇଁ ପାର୍ଟି ବଡ଼ ନୁହେଁ ବୋଲି ବି କହିବାକୁ ପଛାଇ ନାହାନ୍ତି। ପୁଣିଥରେ କଂଗ୍ରେସକୁ ପ୍ରଶଂସା କରି ସେଇ ଆଡ଼କୁ ଢଳିଥିବା ଭୂପିନ୍ଦର ସିଂହଙ୍କୁ କ’ଣ କଂଗ୍ରେସ ବିଶ୍ୱାସ କରିବ? ତାଙ୍କୁ କ’ଣ ଏବେକାର କଳାହାଣ୍ଡିଆ ନେତା ତଥା ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଦାସ କୋଳାଇ ନେବାକୁ ଉଚିତ ଭାବିବେ? ଆନ୍ଦୋଳିତ ହେଉଥିବା ଏ ପ୍ରଶ୍ନଗୁଡ଼ିକ ଭିତରେ ଆପଣଙ୍କୁ ଭୂପିନ୍ଦର ସିଂହଙ୍କ ବାବଦରେ କିଛି କହିଦିଏ। ଭୂପିନ୍ଦର ହେଉଛନ୍ତି ଭାରି ଅଭିଜ୍ଞ…

Read More