Author: TRUPTIMAYEE SAHOO

ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀକୁ ପାର୍ଶ୍ୱ ପରିବର୍ତ୍ତିନ ଏକାଦଶୀ ବା ପଦ୍ମା ଏକାଦଶୀରୂପେ ପାଳନ କରାଯାଏ l ବର୍ଷକୁ ପଡୁଥିବା ଚାରିଗୋଟି ବଡ଼ ଏକାଦଶୀ ମଧ୍ୟରୁ ଏହି ଏକାଦଶୀ ଅନ୍ୟତମ l ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହି ନିଜର ପାର୍ଶ୍ଵ ପରିବର୍ତ୍ତନ କରିଥାନ୍ତି l ଏହା ଫଳରେ ଭଗବାନ ବିଷ୍ଣୁଙ୍କର ସ୍ଥାନ ପରିବର୍ତ୍ତନ ହୋଇଥାଏ l ତେଣୁ ଏହାର ଏହିପରି ନାମକରଣ ହୋଇଥିବାର କୁହଯାଏ l ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ବ୍ରତ, ଉପବାସ ପୂଜା ଆଦି କରିବାଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳେ ଏବଂ ଗୃହରେ କୌଣସି ପ୍ରକାର ଅଶାନ୍ତି ରହେ ନାହିଁ। ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା ଅନ୍ୟତମ l ଭାଦ୍ରବ ଶୁକ୍ଳ ଏକାଦଶୀ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ l ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ…

Read More