Author: TRUPTIMAYEE SAHOO

ଆଜି ଗୁରୁବାର ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିଲାଗି ସ୍ୱଥନ୍ତ୍ର ନୀତି ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅନୁଷ୍ଠିତ ହେବ। ଏହା ସହ ଆଜି ମଧ୍‍ୟ ଶ୍ରୀ ନଅରରେ କଟା ହେବ ଗଜପତି ମହାରାଜାଙ୍କ ନୂଆ ଅଙ୍କ। ମହାରାଜାଙ୍କୁ ରାଜାଭିଶେକ କରାଯାଇ ତାଙ୍କ ଶାସନର ନୂତନ ବର୍ଷକୁ ଜନସାଧାରଣଙ୍କୁ ଜଣାଇ ଦେବାର ପରମ୍ପରା ପାଳନ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମକୁ ସ୍ୱତନ୍ତ୍ର ନୀତି ଭାବେ ପଳନ କରାଯାଇଥାଏ। ବିଧି ଅନୁସାରେମଧ୍ୟାହ୍ନ ଧୂପ ବଢିବା ପରେ ଏହି ନୀତି ଆୟୋଜନ କରାଯିବ। ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରିବେ।ପରେ ତିନି ବାଡ଼ରେ ବନ୍ଦାପନା କରାଯାଇ କଳସ ବରୁଣ ପୂଜା ସମ୍ପନ୍ନ ହେବା ସହ ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ…

Read More