Author: TRUPTIMAYEE SAHOO

ଔରଙ୍ଗଜେବର ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ପତନପର୍ବ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ମୋଗଲ ବାଦଶାହା ମାନେ ମନ୍ତ୍ରୀଙ୍କ ହାତର ଖେଳଣା ହୋଇଯାଇଥିଲେ। ସେମାନେ ଶାସନ ଅପେକ୍ଷା ମଦ ଓ ମେହଫିଲରେ ମାତି ରହୁଥିଲେ। ସେମାନଙ୍କ ମେହଫିଲର ଚମକ ଥିଲେ ତବାୟଫ ବା ନୃତ୍ୟାଙ୍ଗନା। ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାର ପ୍ରତୀକ ଥିଲା କୋହିନୂର ହୀରା। ଆଉ ସେହି କୋହିନୂର,ଜଣେ ତବାୟଫ ପାଇଁ ଭାରତ ହରାଇଥିଲା। ଇଏ ହେଉଛି ପ୍ରେମ,ପ୍ରତାରଣା ଓ ବିଶ୍ୱାସଘାତକତାର କାହାଣୀ। ଯାହାର ମଝିରେ ଥିଲା ନୁର ବାଇ ନାମକ ତବାୟଫ। ଏହା ହେଉଛି ଅଷ୍ଚାଦଶ ଶତାବ୍ଦୀର କାହାଣୀ, ଯେତେବେଳେ ମୋଗଲ ସାମ୍ରାଜ୍ୟ ତା’ର ଶେଷ ନିଶ୍ଚାସ ଗଣୁଥିଲା। ନାଦିର ଶାହର ସୈନ୍ୟ ଦିଲ୍ଲୀର ଗଳିମାନଙ୍କରେ ଆତଙ୍କ ସୃଷ୍ଟି କରୁଥିଲେ, ଇଂରେଜମାନଙ୍କ ବନ୍ଧୁକ ମୋଗଲ ଶାସନକୁ ଚ୍ୟାଲେଂଜ କରୁଥିଲା। ଆଉ ଏସବୁ ମଧ୍ୟରେ ବାଦଶାହ ନସିରୁଦ୍ଦିନ ମୁହମ୍ମଦ ଶାହ ରଙ୍ଗୀନ ମହଫିଲମାନଙ୍କରେ ପୁରୁଣା ଦିଲ୍ଲୀର ତବାୟଫଙ୍କ ମେଳରେ ନିଶାରେ ମସଗୁଲ ରହୁଥିଲା।…

Read More