Author: TRUPTIMAYEE SAHOO

ସେ ଦିନର ରାତିକୁ କେବେ ଭୁଲି ବନି ପାକିସ୍ତାନ । କିଟିମିଟି ଅନ୍ଧାର ରାତିରେ ତାଣ୍ଡବ ରଚିଥିଲା ଭାରତ । ଆକାଶରୁ କୁଆପଥର ଖସିଲା ପରି ଭାରତ ଏହି ଯୁଦ୍ଧରେ ୭୩ଟି ପାକିସ୍ତାନୀ ବିମାନ ନଷ୍ଟ କରି ଖସାଇ ପକାଇଥିଲା । ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୁରରେ ପାକିସ୍ତାନକୁ ଏକ କଠୋର ଆଘାତ ଦେଇଥିଲା। ଭାରତୀୟ ସେନାର ଆକ୍ରମଣରେ ବିଧ୍ୱସ୍ତ ହୋଇ ପଡ଼ୋଶୀ ଦେଶ ଯୁଦ୍ଧବିରତି ପାଇଁ ଡାକରା ଦେଇଥିଲା। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଭାରତ ଆତଙ୍କବାଦର ଗନ୍ତାଘର ଭାବରେ ବିବେଚିତ ପଡ଼ୋଶୀ ଦେଶକୁ ଏକ କଠୋର ପରାଜୟ ବରଣ କରିଥିଲା। ପୂର୍ବରୁ ଅନେକ ଉଦାହରଣ ଥିଲା ଯେତେବେଳେ ପଡ଼ୋଶୀ ଦେଶ ପରାଜୟର ସମ୍ମୁଖୀନ ହୋଇଥିଲା। ୧୯୬୫ ଯୁଦ୍ଧ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଥିଲା, ଯେଉଁଥିରେ ଭାରତ ନିଜର ସାମରିକ ଶକ୍ତି ବ୍ୟବହାର କରି ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ଏହି ଯୁଦ୍ଧରେ ୭୩ଟି ପାକିସ୍ତାନୀ…

Read More