Author: TRUPTIMAYEE SAHOO

ବିଧାନସଭା ଚାଲିଛି କିନ୍ତୁ ବିରୋଧୀ ଦଳ ନେତା ଗୃହରେ ନାହାନ୍ତି। ତାଙ୍କର ଏମିତି କେଉଁ କାମ ଜରୁରୀ ପଡ଼ିଛି ଯେ ସେ ଅଧିବେଶନ ଆସିପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପ୍ରଥମ ଦିନରେ ବିରୋଧୀ ଦଳ ନେତାଙ୍କ ଚାମ୍ବର ଖୋଜି ତାଙ୍କୁ ନପାଇବା ଏବଂ ଚତୁର୍ଥ ଦିନରେ ଏପରି ମନ୍ତବ୍ୟ ଦେବା ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହା ଇଙ୍ଗିତ କରୁଛି ଯେ ବିରୋଧୀ ଦଳ ଭୂମିକା ଠିକଣା ଭାବେ ନିର୍ବାହ କରିପାରୁନି ବିଜେଡି। ରାଜ୍ୟରେ ପ୍ରକୃତ ବିରୋଧୀ ଦଳ କିଏ? ସାମ୍ବିଧାନିକ ଭାବେ ବିଜେଡିକୁ ଗୃହରେ ବିରୋଧୀ ଦଳର ମର୍ଯ୍ୟାଦା ମିଳିଥିଲେ ମଧ୍ୟ ବିଜେଡି ଯେଉଁ କାର୍ଯ୍ୟ କରୁଛି ତାହାକୁ ନେଇ ସମାଲୋଚନା କରିଛି କଂଗ୍ରେସ। ଆଜି କଂଗ୍ରେସ ଦଳ ନେତା ଶ୍ରୀ କାଡ଼ାମ କହିଛନ୍ତି ବିଜେଡି ଯୋଗୁ କଂଗ୍ରେସର କଣ୍ଠରୋଧ ହୋଇଛି। ସାରା ରାଜ୍ୟରେ ପ୍ରସଙ୍ଗ ଇଲହଡ଼ି ପରି…

Read More