Author: TRUPTIMAYEE SAHOO

ଆସନ୍ତାକାଲି ବିଜେଡି ରାଜଧାନୀର ରାଜରାସ୍ତାରେ ପଞ୍ଚାୟତର ପାଓ୍ୱାର ଦେଖାଇବ । ଏଥିଲାଗି ସମସ୍ତ ଜିଲ୍ଲାପରିଷଦ ଓ ପଞ୍ଚାୟତ ସମିତିରେ ଥିବା ଦଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ଭୁବନେଶ୍ୱର ଚାଲ ଡକାରା ଦିଆଯାଇଛି । ପଞ୍ଚାୟତଗୁଡ଼ିକର କ୍ଷମତାକୁ ସରକାର ଏକ କ୍ୟାବିନେଟ୍‍ ନିଷ୍ପତ୍ତି ଦ୍ୱାରା ସଙ୍କୁଚିତ କରି ଦେଇଛନ୍ତି ବୋଲି ବିଜେଡି ଦାବି କରିଛି । ଏହାକୁ ‘ବାବୁ ରାଜ’ ବୋଲି ବିଜେଡି କହିଛି । ବିଗତ ୨୪ ବର୍ଷର ବିଜେଡି ସରକାରଙ୍କୁ ନେତା ବା ନିର୍ବାଚିତ ପ୍ରତିନିଧିଙ୍କ ଶାସନ ନୁହେଁ ବରଂ ଅଫିସରଙ୍କ ଶାସନର ବର୍ଷ ବୋଲି ପୂର୍ବରୁ ବିଜେପି ଅଭିଯୋଗ କରିଛି। ଆଉ ଆଜି ଏହି ଅଭିଯୋଗକୁ ବିଜେପି ବିରୋଧରେ ବ୍ୟବହାର କରିବାକୁ ଯାଉଛି ବିଜେଡି। ବିଡିଓ ମାନଙ୍କୁ ଅଧିକ ଆର୍ଥିକ କ୍ଷମତା ଦିଆଯିବାରୁ ଏପରି ଅଭିଯୋଗ ଆଣିଛି ବିଜେଡି। ସାମ୍ବିଧାନିକ ବ୍ୟବସ୍ଥାରେ ଅଧିକରୁ ଅଧିକ କ୍ଷମତା ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଜେପି ସରକାର ରାଜ୍ୟରେ ଏହାକୁ…

Read More