Author: TRUPTIMAYEE SAHOO

ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ବଦନାମ ପାଇଁ ଚାଲିଛି ସୁଚିଷ୍ଠିତ ଷଡ଼ଯନ୍ତ୍ର ଚାଲିଛି। ଦଳର ନବାଗତ ଏପରିକି ଦଳ ପ୍ରତି ସାମାନ୍ୟ ଅବଦାନ ନ ଥିବା ନେତାମାନେ ଦଳର ଏହି ବରିଷ୍ଠ ନେତ୍ରୀଙ୍କ ପ୍ରତି ଅତ୍ୟନ୍ତ ଅପମାନ ସୂଚକ ମନ୍ତବ୍ୟ ଦେଉଛନ୍ତି। ଏହାକୁ ନେଇ ବିଜେଡି ଦୁଇଭାଗ ହେଉଥିବାବେଳେ ଅନେକ କିନ୍ତୁ ଦଳ ପ୍ରତି ଶ୍ରୀମୟୀଙ୍କ ଅବଦାନକୁ ଭୁଲିଯାଉଥିବା ନେଇ କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଶ୍ରୀମୟୀ ଏକଦା ଦଳର ଆଇକନ୍ ଥିଲେ । ପ୍ରତ୍ୟେକ କାର୍ଯ୍ୟକ୍ରମରେତାଙ୍କୁ ଦେଖିବାକୁ ମିଳୁଥିଲା। ତାଙ୍କର ଦକ୍ଷତା, ଦଳର ଭାବମୂର୍ତ୍ତି ପାଇଁ ତାଙ୍କୁ ସାଂସଦ ପ୍ରାର୍ଥୀ କରିଥିଲେ ମଧ୍ୟ ରାଜନୈତିକ ବାଧ୍ୟବାଧକତାରେ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ହଟାଇ ନେଇଥିଲା। ସବୁଠାରୁ ବଡ଼ କଥା ହେଲା, ଦଳୀୟ ପ୍ରାର୍ଥୀଭାବେ ପ୍ରଚାର ମଇଦାନକୁ ଓହ୍ଲାଇବା ସହିତ ପୋଷ୍ଟର ବ୍ୟାନର ମାରି ପରବର୍ତ୍ତୀ ସମୟରେ ଟିକଟ ପାଇନଥିଲେ ମଧ୍ୟ ଶ୍ରୀମୟୀ କୌଣସି ପ୍ରତିବାଦ କରିନଥିଲେ।…

Read More