Author: TRUPTIMAYEE SAHOO

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗର୍ଭବତୀ ମହିଳାମାନଙ୍କୁ ଟାଇଲେନଲ୍ (ପ୍ୟାରାସିଟାମଲ୍) ଖାଇବାରୁ ବଚେବାର ପରାମର୍ଶ ଦେଇଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ଏହି ଔଷଧ ଯୋଗୁଁ ଶିଶୁମାନଙ୍କରେ ଅଟିଜମର ବିପଦ ବଢ଼ିପାରେ। କିନ୍ତୁ ଏହି ଔଷଧ ଅଟିଜମର କାରଣ ହୁଏ କି? ଏ ବିଷୟରେ ବିଶେଷଜ୍ଞ କ’ଣ କହୁଛନ୍ତି ଆସନ୍ତୁ ଜାଣିବା । ଟାଇଲେନଲ୍, ପାରାସିଟାମଲ୍ର ବ୍ରାଣ୍ଡ ନାମ ଅଟେ, ଯାହା ଏକ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ଓଭର-ଦ-କାଉଣ୍ଟର ଔଷଧ, ଯାହା ଯନ୍ତ୍ରଣା ନିବାରକ ଏବଂ ଜ୍ୱର ହ୍ରାସ କରୁଥିବା ଔଷଧ ଭାବେ କାର୍ଯ୍ୟ କରେ। ପାରାସିଟାମଲର ବ୍ୟବହାର ସାଧାରଣତଃ ମୁଣ୍ଡବିନ୍ଧା, ଶରିର ବିନ୍ଧା, ଦାନ୍ତ ବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ମାସିକ ଧର୍ମ ପୂର୍ବରୁ ଏବଂ ମାସିକ ଧର୍ମ ସମୟରେ ହେଉଥିବା କ୍ରାମ୍ପର ଚିକିତ୍ସା ପାଇଁ କରାଯାଏ। ଏହାର ବ୍ୟବହାର ଜ୍ୱରକୁ ଅସ୍ଥାୟୀ ଭାବେ ହ୍ରାସ କରିବା ପାଇଁ ମଧ୍ୟ କରାଯାଏ। ପାରାସିଟାମଲ କ’ଣ ଅଟିଜମର କାରଣ? ଡବ୍ଲ୍ୟୁଏଚଓର ପୂର୍ବତନ…

Read More