Author: TRUPTIMAYEE SAHOO

ଭୁବନେଶ୍ଵର କିମ୍ସ ଡାକ୍ତରଖାନା ପଛପାର୍ଶ୍ୱ ପାର୍ଲେଜି ରୋଡ଼ରେ ଖୋଲିବାକୁ ଥିବା ଅସ୍ଥାୟୀ ଭେଣ୍ଡିଂ ଜୋନ୍‌ରେ ଦୋକାନ ଯୋଗାଇଦେବାକୁ ଧର୍ମଗୁଳା ପକାଇବା ଘଟଣାକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଗୁରୁତ୍ୱର ସହ ନେଇଛି । ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅଜାଣତରେ ଧର୍ମଗୁଳା ପକାଇ ଏହି ଦୋକାନ ଆବଣ୍ଟନରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍‌ସି ଉତ୍ତର ଜୋନାଲ୍ ଡେପୁଟି କମିସନର୍ ମନ୍ମଥ କୁମାର ନାୟକ ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି । ଯେଉଁମାନେ ଦୋଷୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ନାୟକ କହିଛନ୍ତି। ଯେଉଁମାନେ ଦୋଷୀ, ସେମାନଙ୍କୁ ଦୋକାନ ମିଳିବନି ବୋଲି ସେ କହିଛନ୍ତି । ବିଏମ୍‌ସି କିଟ୍ ଓ କିମ୍‌ ଛକ ଅଞ୍ଚଳରୁ ୨୭୮ଜଣ ଉଠାଦୋକାନୀଙ୍କୁ ବିଏମ୍‌ସି ପାର୍ଲେଜି ରୋଡ଼ରେ ଥଇଥାନ କରିବାର ଥିଲା। ଭିଡିଓ ସଂପର୍କରେ ବିଏମ୍‌ସି କିଂବା ସ୍ଥାନୀୟ କର୍ପୋରେଟର୍ କିଛି ଜାଣିନାହାନ୍ତି। ବିଏମ୍‌ସି…

Read More