Author: TRUPTIMAYEE SAHOO

କଳ୍ପନା କରନ୍ତୁ ତ— ଆପଣଙ୍କ ପିଲା କୌଣସି ପ୍ରତିଷ୍ଠିତ କଲେଜରେ ଫିଜିକ୍ସ ବା ପଦାର୍ଥ ବିଜ୍ଞାନରେ ଅନର୍ସ ନେଇ ପାଠ ପଢୁଛି। ହେଲେ ଯେତେବେଳେ କ୍ଲାସରୁମ୍ ଭିତରକୁ ଯାଉଛି, ସେଠାରେ ଫିଜିକ୍ସ ବିଭାଗର ମୁଖ୍ୟ ବା ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ହୋଇ ବସିଛନ୍ତି ଅର୍ଥନୀତି ବା ଇକୋନୋମିକ୍ସର ଜଣେ ଅଧ୍ୟାପକ! ଆଉ କମର୍ସ କ୍ଲାସରେ ଆକାଉଣ୍ଟାନ୍ସି ବୁଝାଇବା ପାଇଁ ସ୍ଥାୟୀ ପ୍ରଫେସର ନାହାନ୍ତି, ସେଠାରେ ବିଭାଗ ସମ୍ଭାଳୁଛନ୍ତି ଇତିହାସ କିମ୍ବା ରାଜନୀତି ବିଜ୍ଞାନର ଜଣେ ଶିକ୍ଷକ! ଆପଣମାନଙ୍କୁ ହୁଏତ ଏହା କୌଣସି ବ୍ୟଙ୍ଗ କିମ୍ବା ନାଟକର ସଂଳାପ ଭଳି ଲାଗୁଥାଇପାରେ। କିନ୍ତୁ ଏହା କୌଣସି ଅତିରଞ୍ଜିତ କଥା ନୁହେଁ, କୌଣସି କପୋଳକଳ୍ପିତ କାହାଣୀ ନୁହେଁ— ଏହା ହେଉଛି ଆଜି ଏକବିଂଶ ଶତାବ୍ଦୀର ଶିକ୍ଷା ହବ୍ କୁହାଯାଉଥିବା ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ସମସ୍ତ ନାମୀଦାମୀ ସରକାରୀ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟମାନଙ୍କର ନଗ୍ନ ବାସ୍ତବତା। ଯଦି…

Read More