Author: TRUPTIMAYEE SAHOO

ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସମଗ୍ର ଓଡ଼ିଶା ଆଜି ଆଧ୍ୟାତ୍ମିକ ଭକ୍ତିରସରେ ଉଛୁଳି ପଡ଼ିଛି। ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ ବା ‘ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ’ ଉପଲକ୍ଷେ ଗାଁଠାରୁ ସହର ପର୍ଯ୍ୟନ୍ତ ସର୍ବତ୍ର ହରିବୋଲ, ହୁଳହୁଳି ଏବଂ ଶଙ୍ଖ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଛି। ତୀର୍ଥନଗରୀ ପୁରୀସ୍ଥିତ ଦ୍ୱାଦଶ ଶତାବ୍ଦୀର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ସମେତ ରାଜଧାନୀ ଭୁବନେଶ୍ୱର, କଟକ ଏବଂ ଅନ୍ୟାନ୍ୟ ଜିଲ୍ଲାର ପ୍ରମୁଖ ଶ୍ରୀକୃଷ୍ଣ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ କୃଷ୍ଣ ଜନ୍ମର ଗୁପ୍ତ ଓ ସ୍ୱତନ୍ତ୍ର ନୀତିକାନ୍ତି ପାଳନ କରାଯାଉଥିବାରୁ ଭକ୍ତମାନଙ୍କ ପାଇଁ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବାରଣ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ୫ ଘଣ୍ଟା ବନ୍ଦ ରହିବ ଦର୍ଶନ ପୁରୀ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ନୀତିକାନ୍ତି ଅତ୍ୟନ୍ତ ନିଷ୍ଠା ଓ ପାରମ୍ପରିକ ଭାବେ ଅନୁଷ୍ଠିତ ହେଉଛି: 1. ସନ୍ଧ୍ୟାଧୂପ ପରେ ଗୁପ୍ତ ନୀତି :…

Read More