Author: TRUPTIMAYEE SAHOO

ଆଜିକାଲି ବେଜିଂର ଗଳି କନ୍ଦିରେ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବନ୍ଦ କୋଠରୀ ଭିତରେ ଗୋଟିଏ କଥାକୁ ନେଇ ବଡ଼ ଅଶାନ୍ତି ଚାଲିଛି। ଜାଣନ୍ତି ସେ ଅଶାନ୍ତି କାହିଁକି? କାରଣ ଯେଉଁ ଚୀନ୍ ଗତ ଦୁଇ ଦଶନ୍ଧି ଧରି ଭାବୁଥିଲା ଯେ ଟଙ୍କା ଫିଙ୍ଗି ଦୁନିଆକୁ କିଣିନେବ, ଯେଉଁ ଚୀନ୍ ନିଜର ‘ଷ୍ଟ୍ରିଙ୍ଗ୍ ଅଫ୍ ପର୍ଲ୍ସ’ ବା ମୋତିର ମାଳା ନାଁରେ ଭାରତ ଚାରିପାଖେ ବେଢ଼ା ବାନ୍ଧୁଥିଲା—ସେହି ଚୀନ୍ ଆଜି ନିଜେ ତିଆରି କରିଥିବା ଜାଲରେ ଫସିଯାଇଛି। ଚୀନ୍ ଭାବିଥିଲା, ଭାରତ କେବଳ ଲଦାଖ ଆଉ ଅରୁଣାଚଳ ସୀମାରେ ନିଜ ସୈନ୍ୟ ଜଗି ବସିରହିବ। କିନ୍ତୁ ନୂଆଦିଲ୍ଲୀ ଯେଉଁ ଖେଳ ଖେଳିଲା, ତାହା ଚୀନ୍ କଳ୍ପନା ମଧ୍ୟ କରିପାରି ନଥିଲା। ଭାରତ ଖେଳର ପିଚ୍ ବଦଳାଇଦେଲା। ଖେଳ ଆଉ କେବଳ ହିମାଳୟର ବରଫାବୃତ ପାହାଡ଼ରେ ସୀମିତ ନାହିଁ; ଖେଳ ଏବେ ସିଧାସଳଖ ପହଞ୍ଚିଯାଇଛି ଭାରତ ମହାସାଗରର ନୀଳ ଜଳରାଶିକୁ, ମାଲାକା…

Read More