Author: TRUPTIMAYEE SAHOO

ଆଜି ଏମିତି ଏକ ପ୍ରସଙ୍ଗ, ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ପରିବାରର ପେଟ, ସେମାନଙ୍କ ଝାଳ ଏବଂ ସେମାନଙ୍କ ଭବିଷ୍ୟତ ସହ ସିଧାସଳଖ ଯୋଡ଼ି ହୋଇ ରହିଛି। ଗତ ସାଧାରଣ ନିର୍ବାଚନ ବେଳେ ଗୋଟିଏ କଥା ବାରମ୍ବାର କୁହାଯାଉଥିଲା— “ଡବଲ ଇଞ୍ଜିନ ସରକାର।” ଦିଲ୍ଲୀରେ ବି ବିଜେପି, ଭୁବନେଶ୍ୱରରେ ବି ବିଜେପି। କୁହାଯାଇଥିଲା ଯେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ କାଳେ ଓଡ଼ିଶାର ସବୁ ସମସ୍ୟା ଗୋଟିଏ ଝଟକାରେ ଦୂର ହୋଇଯିବ, ଦିଲ୍ଲୀରୁ ସବୁ ସୁବିଧା ସୁଅ ଛୁଟିବ, ଆଉ ଚାଷୀ ହସିବ। କିନ୍ତୁ ସରକାର ଗଠନର ମାତ୍ର କିଛି ମାସ ନପୁରୁଣୁ ଆଜି ସେହି ଡବଲ ଇଞ୍ଜିନର ଚିତ୍ର କ’ଣ ସାମ୍ନାକୁ ଆସୁଛି? ଖୋଦ୍ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ସର୍ବସାଧାରଣ ମଞ୍ଚରେ ଛିଡ଼ା ହୋଇ ଯାହା କହିଛନ୍ତି, ତାହା ଶୁଣିଲେ ଯେକୌଣସି ସଚେତନ ନାଗରିକ ଆଶ୍ଚର୍ଯ୍ୟ ହୋଇଯିବେ। ମନ୍ତ୍ରୀ କହୁଛନ୍ତି— କେନ୍ଦ୍ର ସରକାରଙ୍କ…

Read More