Author: TRUPTIMAYEE SAHOO

ଐତିହାସିକ ରୂପାର ସହର କଟକରେ ବେପରୁଆ ଗାଡ଼ି ଚାଳନା, ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବଂ ଟ୍ରାଫିକ୍ ନିୟମର ଖୋଲା ଉଲ୍ଲଂଘନ ଉପରେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜପଥ ଓ ଟ୍ରାଫିକ୍ ଛକଗୁଡ଼ିକରେ ଏକ ବ୍ୟାପକ ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ୍ ଡ୍ରାଇଭ୍ ପରିଚାଳନା କରି ପୋଲିସ ମାତ୍ର କିଛି ଘଣ୍ଟା ମଧ୍ୟରେ ନିୟମ ଭାଙ୍ଗିଥିବା ଗାଡ଼ି ଚାଳକଙ୍କ ଠାରୁ ମୋଟ ୬ ଲକ୍ଷ ୭୫ ହଜାର ଟଙ୍କାର ମୋଟା ଅଙ୍କର ଜରିମାନା ଆଦାୟ କରିଛି। ଏହା ସହିତ ନିୟମ ଉଲ୍ଲଂଘନ କରି ଦ୍ରୁତଗତିରେ ଚଳାଉଥିବା, ମଦ୍ୟପାନ କରି ଗାଡ଼ି ଚଳାଉଥିବା ଏବଂ ବୈଧ କାଗଜପତ୍ର ନଥିବା ଶତାଧିକ ଯାନବାହନକୁ ପୋଲିସ ଅଟକ ରଖି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସହରବାସୀଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ପୋଲିସ ଏହି ଆକ୍ସନ୍ ମୋଡ୍‌କୁ ଆସିଛି। କଟକର…

Read More