Author: TRUPTIMAYEE SAHOO

ଆମ ଦେଶରେ ପ୍ରକୃତରେ ସମ୍ବିଧାନର ଶାସନ ଚାଲିଛି ନା ଆନ୍ଦୋଳନ ନାଁରେ ହିଂସା କରୁଥିବା ଉପଦ୍ରବୀଙ୍କ ରାଜୁତି ଚାଲିଛି? ଦେଶରେ ଯାହା କିଛି ଘଟୁଛି, ତାହା କେଉଁ ଆଡ଼କୁ ଯାଉଛି ଏବଂ କେଉଁଠି ଯାଇ ଅଟକିବ, ତାହା ବୋଧହୁଏ ଆଜି କେହି କହିପାରିବେ ନାହିଁ। ନିକଟରେ ସରକାର ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟ— ଅର୍ଥାତ୍ ସୁପ୍ରିମକୋର୍ଟ, ଉଭୟେ ମିଶି ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହାର ମୂଲ୍ୟ ଏହି ଦେଶକୁ ଆଗାମୀ ବହୁ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡ଼ିବ। ପ୍ରଥମ ଭୁଲ୍ କଲା ସରକାର। ରାସ୍ତାକୁ ଓହ୍ଲାଇ ହିଂସା କରୁଥିବା, ପୋଲିସ ଉପରେ ପଥର ଫିଙ୍ଗୁଥିବା ଏବଂ ସାଧାରଣ ନାଗରିକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଏକ ସଙ୍ଗଠନ ଆଗରେ ସରକାର ଆତ୍ମସମର୍ପଣ କଲେ। ସରକାର ଲିଖିତ ଭାବେ ରାଜି ହୋଇଗଲେ ଯେ ସେମାନଙ୍କ ନାଁରେ ହୋଇଥିବା ସମସ୍ତ ମାମଲା ଏବଂ ଏତଲା ପ୍ରତ୍ୟାହାର କରିନିଆଯିବ। ଆଉ ଆଶ୍ଚର୍ଯ୍ୟର କଥା, ସୁପ୍ରିମକୋର୍ଟ ତା’ଠାରୁ…

Read More