Author: TRUPTIMAYEE SAHOO

କଥାରେ ଅଛି, ଗୋଟିଏ ଜଙ୍ଗଲରେ ଦୁଇଟି ସିଂହ ରହିପାରିବେ ନାହିଁ।” ନିମାପଡ଼ା ରାଜନୀତିରେ ଆଜି ଠିକ୍ ଏଇ କଥାଟି ଘଟୁଛି । ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ଯେଉଁ ନିମାପଡ଼ାକୁ ନେଇ ସବୁଠାରୁ ବେଶି ଚର୍ଚ୍ଚା ହେଉଥିଲା, ସେହି ନିମାପଡ଼ାରେ ଏବେ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟିର ସବୁଠାରୁ ବଡ଼ ଗୃହଯୁଦ୍ଧ। ଗୋଟିଏ ପଟେ ଅଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା, ଆଉ ଅନ୍ୟପଟେ ଛିଡ଼ା ହୋଇଛନ୍ତି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ରଞ୍ଜନ ଦାସ। ନିକଟରେ ପୂର୍ବତନ ମନ୍ତ୍ରୀ ସମୀର ଦାସ ଗୋଟିଏ ଟିଭି ଚ୍ୟାନେଲକୁ ଯେଉଁ ଖୋଲାଖୋଲି ବୟାନ ଦେଇଛନ୍ତି, ତାହା ଶାସକ ଦଳରେ ଭୂକମ୍ପ ସୃଷ୍ଟି କରିଛି। ସମୀର ଦାସ କୌଣସି ଲୁଚାଛପା ନ ରଖି ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ସିଧାସଳଖ ଆକ୍ରମଣ କରି କହିଛନ୍ତି— “ସେ ମୋ ସହିତ ବିଶ୍ୱାସଘାତକତା କରିଛନ୍ତି”। ଯେଉଁ ନେତାଙ୍କ…

Read More