Author: TRUPTIMAYEE SAHOO

ପାକିସ୍ତାନରେ ଏବେ ଏମିତି ଏକ ନିଆଁ ଜଳୁଛି, ଯାହାକୁ ଲିଭାଇବା ଇସଲାମାବାଦର ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର କିମ୍ବା ଶେହବାଜ ସରିଫ୍ ସରକାରଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ପାକିସ୍ତାନୀ ସେନା ଉପରେ ପୁଣି ଥରେ କାଳ ସାଜି ମାଡ଼ିଆସିଛନ୍ତି ବଲୁଚିସ୍ତାନର ବିଦ୍ରୋହୀ। ବଲୁଚ୍ ଲିବରେସନ ଆର୍ମି— ଅର୍ଥାତ୍ BLA— ପାକିସ୍ତାନ ସେନା ଉପରେ ଏପରି ଏକ ଘାତକ ପ୍ରହାର କରିଛି, ଯାହା ପରେ ରାୱଲପିଣ୍ଡି ସେନା ମୁଖ୍ୟାଳୟରେ କୋକୁଆଭୟ ଖେଳିଯାଇଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଇଟି ଭୟଙ୍କର ଅପରେସନ କରି BLA ପାକିସ୍ତାନୀ ଫୌଜର ୨୫ ଜଣ ଯବାନଙ୍କୁ ନିପାତ କରିଥିବା ଦାବି କରିଛି। ଏହି ଆକ୍ରମଣ କୌଣସି ସାଧାରଣ ଗୁଳିଚାଳନା ନଥିଲା। ଏହା ଥିଲା ଏକ ସୁଚିନ୍ତିତ, ରକ୍ତାକ୍ତ ଚକ୍ରବ୍ୟୂହ। ଗୋଟିଏ ପଟେ ସେନା କନଭୟ ଉପରେ ରକେଟ୍ ଓ ମେସିନଗନରୁ ପ୍ରବଳ ଗୁଳିବର୍ଷଣ, ଅନ୍ୟପଟେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ରିମୋଟ୍…

Read More