Author: TRUPTIMAYEE SAHOO

ସନାତନ ଧର୍ମର ପ୍ରମୁଖ ଧର୍ମପୀଠ ତଥା ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ପୂର୍ବାମ୍ନାୟ ଶ୍ରୀ ଗୋବର୍ଦ୍ଧନ ମଠ ନିକଟରେ ଏକ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ନେଇ ଶ୍ରୀକ୍ଷେତ୍ରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପବିତ୍ର ତୀର୍ଥସ୍ଥଳୀର ଆଧ୍ୟାତ୍ମିକ ପରିବେଶ, ଧାର୍ମିକ ପବିତ୍ରତା ଏବଂ ସାଧାରଣ ସୁରକ୍ଷା ପ୍ରତି ଆଞ୍ଚ ଆସିବା ଆଶଙ୍କା କରି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରସ୍ତାବିତ ମଦ ଦୋକାନକୁ କଡ଼ା ବିରୋଧ କରାଯାଇଛି। ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ଓଡ଼ିଶା ଅବକାରୀ ନିୟମର ଖୋଲା ଉଲ୍ଲଂଘନ ଦର୍ଶାଯାଇଛି ଏବଂ ପ୍ରଦାନ କରାଯାଇଥିବା ଅନୁମତିକୁ ତୁରନ୍ତ ବାତିଲ୍ କରିବାକୁ ଦାବି କରାଯାଇଛି।  କେଉଁଠି ଖୋଲିବାକୁ ଚାଲିଥିଲା ଯୋଜନା? କାହିଁକି ବିବାଦ? ମିଳିଥିବା ସୂଚନା ଅନୁସାରେ, ପୁରୀ ସହରର ଗୌଡ଼ବାଡ଼ ସାହି ଅଞ୍ଚଳରେ ଏକ ନୂତନ ମଦ ଦୋକାନ ଖୋଲିବା…

Read More