Author: TRUPTIMAYEE SAHOO

ଭାରତର ପ୍ରତିରକ୍ଷା ଶିଳ୍ପକୁ ବିଶ୍ୱସ୍ତରରେ ଏକ ନୂଆ ଉଚ୍ଚତାକୁ ନେଇଯାଇଛି ଏବଂ ଆମର ପଡ଼ୋଶୀ ପାକିସ୍ତାନକୁ ଏକ ଶକ୍ତ କୂଟନୈତିକ ଚାପୁଡ଼ା ମାରିଛି। ୟୁରୋପର ଏକ ପ୍ରଭାବଶାଳୀ ଦେଶ ବେଲଜିୟମ୍। ସେହି ବେଲଜିୟମ୍, ଯାହା ନିଜର ଉନ୍ନତ ଜ୍ଞାନକୌଶଳ ଏବଂ ବିଶ୍ୱପ୍ରସିଦ୍ଧ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ସାରା ବିଶ୍ୱରେ ପରିଚିତ। ନିକଟରେ ବେଲଜିୟମର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ଏକ ଏଭଳି ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା କେବଳ ବ୍ୟବସାୟ ନୁହେଁ, ବରଂ ରଣନୈତିକ ଦୃଷ୍ଟିକୋଣରୁ ଭାରତ ପାଇଁ ଏକ ବଡ଼ ମାଇଲଖୁଣ୍ଟ। ଏହି ଚୁକ୍ତି ଅନୁଯାୟୀ, ବିଶ୍ୱବିଖ୍ୟାତ ଅସ୍ତ୍ର ନିର୍ମାତା କମ୍ପାନୀ ‘ଏଫ୍‌ଏନ୍ ହର୍‌ଷ୍ଟାଲ୍’ (FN Herstal) ଭାରତର ପ୍ରତିରକ୍ଷା କମ୍ପାନୀ ‘କଲ୍ୟାଣୀ ଗ୍ରୁପ୍’ ସହ ମିଶି ଏବେ ଭାରତ ମାଟିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ତିଆରି କରିବ। କେବଳ ସେତିକି ନୁହେଁ, ବେଲଜିୟମ୍ ଭାରତକୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛି— “ଆମେ ଭାରତ ସହ ବ୍ୟବସାୟ କରିବୁ,…

Read More