Author: TRUPTIMAYEE SAHOO

ଓଡ଼ିଶା ଦୀର୍ଘଦିନ ଧରି ଖଣିଜ ସମ୍ପଦରେ ଧନୀ ରାଜ୍ୟ ଭାବେ ପରିଚିତ। ଲୁହା, କୋଇଲା, ବକ୍ସାଇଟ୍, କ୍ରୋମାଇଟ୍—ଭାରତର ଶିଳ୍ପ ଚକ୍ରକୁ ଚାଲାଇବାରେ ଓଡ଼ିଶାର ଭୂମିକା ଅସ୍ୱୀକାର୍ଯ୍ୟ ନୁହେଁ। କିନ୍ତୁ ଏହି ‘ଉନ୍ନତି’ର ପଛରେ ଯେଉଁ ମୂଲ୍ୟ ରାଜ୍ୟ ଦେଉଛି—ତାହା ଏବେ ରାଜ୍ୟସଭାର ମଞ୍ଚରୁ ସରକାରୀ ଭାବେ ସ୍ୱୀକୃତ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାର ୭ଟି ସହର—ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର ଓ କଳିଙ୍ଗ ନଗର—‘ନନ୍-ଆଟେନମେଣ୍ଟ ସିଟି’ ଭାବେ ଚିହ୍ନଟ। ଅର୍ଥାତ୍, ଏହି ସହରଗୁଡ଼ିକରେ ବାୟୁର ଗୁଣବତ୍ତା ଜାତୀୟ ମାନଦଣ୍ଡ ମଧ୍ୟରେ ନାହିଁ। ଏହି ସ୍ୱୀକୃତି କେବଳ ତଥ୍ୟ ନୁହେଁ—ଏହା ଓଡ଼ିଶା ପାଇଁ ଏକ ଗଭୀର ସତର୍କବାର୍ତ୍ତା। ବାୟୁ ଗୁଣବତ୍ତା: ସଂଖ୍ୟା ଯେଉଁଠି କଥା କହେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଅନୁସାରେ ୨୦୨୪ ମସିହାରେ ଅନୁଗୁଳ ସହରରେ ୨୦ ଦିନ ପର୍ଯ୍ୟନ୍ତ…

Read More