Author: TRUPTIMAYEE SAHOO

ଭକ୍ତି, ସେବା ଏବଂ ସାମାଜିକ ସୁରକ୍ଷାକୁ ଏକାସାଥିରେ ନେଇ ଆସୁଥିବା ଓଡ଼ିଶା ସରକାରଙ୍କ ନୂଆ ଯୋଜନା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ମାଧ୍ୟମରେ ଗରିବ ଓ ଅସହାୟ ଭକ୍ତମାନଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାତ୍ରା, ପବିତ୍ର ଦର୍ଶନ ଏବଂ ମାଗଣା ମହାପ୍ରସାଦ ସୁବିଧା ମିଳିବ।ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ୬୦ ରୁ ୭୫ ବର୍ଷ ବୟସର ବୃଦ୍ଧ ଏବଂ ୭୫ ବର୍ଷ ପର୍ଯ୍ୟନ୍ତ ବିଧବା ମହିଳାମାନଙ୍କୁ ଜଗନ୍ନାଥ ଦର୍ଶନର ସୁଯୋଗ ଦେବା। ସରକାର ଏହି ଯୋଜନାକୁ ଏକ ମାନବିକ ଏବଂ ଧାର୍ମିକ ପଦକ୍ଷେପ ଭାବେ ଦେଖୁଛନ୍ତି। ତେବେ ଯୋଜନା ଆରମ୍ଭ ପୂର୍ବରୁ ହିତାଧିକାରୀଙ୍କ ଠାରୁ ସମ୍ମତି ଫର୍ମ ସଂଗ୍ରହ କାର୍ଯ୍ୟ ଧୀର ଗତିରେ ଚାଲୁଥିବା ଦେଖାଯାଇଛି। ଏହାକୁ ନେଇ ପର୍ଯ୍ୟଟନ ବିଭାଗ ଚିନ୍ତା ପ୍ରକାଶ କରିଛି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ…

Read More