Author: TRUPTIMAYEE SAHOO

ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ଏବଂ ଦୂରଗାମୀ ପ୍ରଭାବ ସୃଷ୍ଟି କରୁଥିବା ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମାସିକ ଋତୁସ୍ରାବ ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ରକ୍ଷା କେବଳ ସୁବିଧା ନୁହେଁ, ବରଂ ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ‘ଜୀବନ ଜିଇଁବାର ମୌଳିକ ଅଧିକାର’ର ଏକ ଅଂଶ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ମାଧ୍ୟମରେ ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଓ ସୁରକ୍ଷା ଅଭାବ ଯୋଗୁଁ ଯେପରି କୌଣସି ଛାତ୍ରୀଙ୍କର ଶିକ୍ଷା ଓ ସ୍କୁଲ ଯାତ୍ରା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସରକାରୀ ପଦକ୍ଷେପ ଅତ୍ୟାବଶ୍ୟକ। ସର୍ବୋଚ୍ଚ ଅଦାଲତ ସ୍କୁଲଗୁଡ଼ିକରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ଶୌଚାଳୟ ବ୍ୟବସ୍ଥା, ସାନିଟାରୀ ପ୍ୟାଡ୍ ପକାଇବା…

Read More