Author: TRUPTIMAYEE SAHOO

ସାଧାରଣତଃ ନିର୍ବାଚନ ଶେଷ ହେଲେ ରାଜନୀତିରେ ଗୋଟିଏ ନୂଆ ସ୍ଥିରତା ଆସେ। କିନ୍ତୁ ୨୦୨୪ ନିର୍ବାଚନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତିକ ପଦକ୍ଷେପ ଦେଖିଲେ ଏହା ସ୍ପଷ୍ଟ ହୁଏ ଯେ ସେହି ସ୍ଥିରତା ଓ ଶାନ୍ତି ତାଙ୍କ ପାଇଁ ଏ ପର୍ଯ୍ୟନ୍ତ ଆସିନାହିଁ। ଗୋଟିଏ ପରେ ଗୋଟିଏ ବିବାଦ, ଗୋଟିଏ ପରେ ଗୋଟିଏ ବୟାନ ଓ ପଦକ୍ଷେପ- ଏସବୁ ମିଶି ଧର୍ମେନ୍ଦ୍ର ପ୍ରଧାନକୁ ବିଜେପିର ସେହି ମନ୍ତ୍ରୀ ତାଲିକାରେ ଆଣି ଠିଆ କରିଛି, ଯାହାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଅସୁବିଧାରେ ପଡ଼ୁଛି। ଏପରିକି ଧର୍ମେନ୍ଦ୍ରଙ୍କର ବକ୍ତବ୍ୟ ଓ ପଦକ୍ଷେପ ନିୟମିତ ବ୍ୟବଧାନରେ ଏପରି ବିବାଦ ସୃଷ୍ଟି କରୁଛି ଯେଉଁଥି ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚିନ୍ତାରେ ପଡ଼ିବା ସହିତ ଦଳର ଭୋଟ ବ୍ୟାଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦୁଃସ୍ୱପ୍ନରେ ପରିଣତ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ଅପ୍ରତ୍ୟାଶିତ ବହୁମତ…

Read More