Author: TRUPTIMAYEE SAHOO

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ସଭାପତି ଏବଂ ରାଜ୍ୟସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କର ଦେହାନ୍ତ ଘଟିଛି। ଆଜି ଭୋର ସକାଳେ ୬୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ତାଙ୍କ ଅକସ୍ମାତ ବିୟୋଗରେ ସମଗ୍ର କ୍ରୀଡା ଜଗତ ସହ ସାମାଜିକ ଓ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନାନୁଯାୟୀ, ଆଜି ସକାଳେ ଭି. ଶ୍ରୀନିବାସନ ତାଙ୍କ ବାସଭବନରେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ଡାକ୍ତରମାନଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରାଯାଇନଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଭି. ଶ୍ରୀନିବାସନ ଜଣେ ପୂର୍ବତନ କେନ୍ଦ୍ର ସରକାରୀ କର୍ମଚାରୀ ଥିଲେ। ସେ ନିଜ ଜୀବନରେ ସଦା ସରଳତା ଓ ନିରାଳମ୍ବିତ ଜୀବନଶୈଳୀ ପାଳନ କରୁଥିଲେ। ପି.ଟି. ଉଷାଙ୍କ ଦୀର୍ଘ ଏବଂ ଗୌରବମୟ କ୍ରୀଡା କ୍ୟାରିୟରରେ ସେ ଏକ ଦୃଢ଼ ଭିତ୍ତିସ୍ଥମ୍ଭ…

Read More