Author: TRUPTIMAYEE SAHOO

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟଗୁଡ଼ିକ ପ୍ରାୟତଃ ରାଜନୈତିକ ଲଢ଼େଇ ପାଇଁ ଆଖଡ଼ା ପାଲଟିଯାଏ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ କଥିତ ଘୃଣାପୂର୍ଣ୍ଣ ଭିଡିଓ ବିରୋଧରେ ଦୁଇଟି ଆବେଦନର ଶୁଣାଣି କରିବା ସମୟରେ ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ ଶୁଣାଣି ପାଇଁ ଆବେଦନଗୁଡ଼ିକୁ ଗ୍ରହଣ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାରିଖ ସ୍ଥିର କରିନାହାଁନ୍ତି। “ଯେତେବେଳେ ନିର୍ବାଚନ ଆସେ, ଆମେ ସୁପ୍ରିମକୋର୍ଟରେ ଲଢ଼ୁ” ଆବେଦନକାରୀଙ୍କ ଓକିଲ ନିଜାମ ପାଶା ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ୍ ଏ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠକୁ କହିଥିଲେ, ” ଘୃଣାପୂର୍ଣ୍ଣ ଭାଷଣ ପାଇଁ ଏକ ରାଜନୈତିକ ଦଳର ସଦସ୍ୟଙ୍କ ବିରୁଦ୍ଧରେ ଏକ ଆବେଦନ ଅଛି । ଏବେ ଏକ ଭିଡିଓ ମଧ୍ୟ ଅଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ସଂଖ୍ୟାଲଘୁ ଇତ୍ୟାଦିଙ୍କୁ ଟାର୍ଗେଟ କରୁଛନ୍ତି। ଏହାର ଉତ୍ତରରେ ସିଜେଆଇ…

Read More