Author: TRUPTIMAYEE SAHOO

ଧରାବତରଣ କରିଛନ୍ତି ବିଦ୍ୟାଦାତା, ସିଦ୍ଧିଦାତା ତଥା ସଙ୍କଟମୋଚନ ପ୍ରଭୁ ଗଜାନନ। ଗଣେଶ ଚତୁର୍ଥୀ ଅବସରରେ ସମଗ୍ର ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ପଲ୍ଲୀରୁ ସହର ସବୁଠି ଶୁଭୁଛି ମନ୍ତ୍ରଧ୍ୱନି, ଘଣ୍ଟକାହାଳୀ ଓ ଶଙ୍ଖନାଦ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କ୍ଲବ୍ ଏବଂ ପୂଜା ମଣ୍ଡପଗୁଡ଼ିକରେ ଗଣେଶ ମହୋତ୍ସବ ବେଶ୍ ଆନନ୍ଦ ଉଲ୍ଲାସର ସହିତ ଆୟୋଜନ କରାଯାଇଛି। ବିଶେଷ କରି ଛାତ୍ରଛାତ୍ରୀମାନେ ନୂତନ ପୋଷାକ ପରିଧାନ କରି ନିଜର ବହି, ଖାତା ଓ କଲମ ପ୍ରଭୁଙ୍କ ପାଦତଳେ ସମର୍ପଣ କରି ବିଦ୍ୟା ଓ ବୁଦ୍ଧି କାମନା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ଉତ୍ସବ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରବଳ ଉତ୍ସାହ: ପୂଜା ପାଇଲା ବହି-ଖାତା ଗଣେଶ ପୂଜା ହେଉଛି ଛାତ୍ର ସମାଜ ପାଇଁ…

Read More