Author: TRUPTIMAYEE SAHOO

ପୁରୀ ଜିଲ୍ଲାର ଡେଲାଙ୍ଗ ଷ୍ଟେସନ ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ଜଣ୍ଡିସ ରୋଗ ଆତଙ୍କ ସୃଷ୍ଟି କରିଛି। ଜଣେ ପରେ ଜଣେ ପ୍ରାୟ ୧୭ରୁ ଅଧିକ ଛାତ୍ରଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହେବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଭୟଭୀତ ପରିସ୍ଥିତି ଦେଖାଦେଇଛି । ବିଦ୍ୟାଳୟର ଅସ୍ୱାସ୍ଥ୍ୟକର ପରିବେଶ ଓ ବିଶୁଦ୍ଧ ପାନୀୟ ଜଳର ଅଭାବ ଏହାର ପ୍ରଧାନ କାରଣ ବୋଲି ଅଭିଯୋଗ ହେଉଛି। ଏହି ବିଦ୍ୟାଳୟରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି ଏବଂ ରୋଷେଇ ଘର ସଫା ସୁତୁରା ରଖିବାକୁ ୨ ଜଣ ପାଚିକା ଓ ପରିସର ସଫା ରଖିବାକୁ ୩ ଜଣ ଚପରାସୀ ନିଯୁକ୍ତ ହୋଇଛନ୍ତି । କିନ୍ତୁ କର୍ମଚାରୀମାନେ ନିଜ କାମ ଠିକ୍‌ ଭାବେ କରୁନଥିବା ଅଭିଯୋଗ ଉଠିଛି। ବିଦ୍ୟାଳୟ ପ୍ରବେଶ ପଥ ପାଖରେ ଥିବା ଆବର୍ଜନା କୁଣ୍ଡ ଦୀର୍ଘଦିନ ଧରି…

Read More