Author: Ayesha Debnath

K L Rahul: ଭାରତୀୟ କ୍ରିକେଟରଙ୍କ ଘରେ ଆସିଲା ଖୁସି ଖବର । ଶୁଶୁ କନ୍ୟାର ବାପା ହେଲେ କେ ଏଲ ରାହୁଲ। କେ.ଏଲ ରାହୁଲ୍ ଓ ଆଥିଆ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି। ଏନେଇ ଆଥିୟା ଇନଷ୍ଟଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ବାପା, ମା’ ହେବା ନେଇ ଶୁଭେଚ୍ଛା ଜଣାଇଥିବା ସବୁ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଥିୟା। ଏହି କାରଣରୁ ଲଷ୍ନୌ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ରାହୁଲଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ରାହୁଲଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି । ଏହାରି ଭିତରେ ରାହୁଲ ବାପା ହେବା ନେଇ ଖବର ସାମ୍ନାକୁ ଆସିଛି। ସେଥିପାଇଁ ରାହୁଲ ବିଶାଖାପାଟନମରେ ଖେଳାଯାଉଥିବା ମ୍ୟାଚରେ ଅନୁପସ୍ଥିତ ଥିବା କୁହାଯାଉଛି । ରାହୁଲ ନଖେଳିବା ନେଇ ଦଳର କ୍ୟାପଟେନ ଅକ୍ଷର ପଟେଲ କୌଣସି ସୂଚନା ଦେଇନଥିଲେ। କେଏଲ ରାହୁଲ ଏବଂ ଆଥିୟା ଜାନୁଆରୀ ୨୦୨୩ରେ ବିବାହ କରିଥିଲେ।…

Read More