Author: Ayesha Debnath

Heat Wave: ପୁଣି ବଦଳିବ ପାଗ। ପୁଣି ଉପରମୁହାଁ ହେବ ପାରଦ । ଆକାଶରୁ ହେବ ନିଆଁ ବର୍ଷା । ୨୯ରୁ ପୁଣି ଫେରିବ ଖରା । କାଳବୈଶାଖୀ ପାଇଁ ରାଜ୍ୟବାସୀଙ୍କୁ ମିଳିଥିଲା ତାତିରୁ ମୁକ୍ତି । ହେଲେ ପୁଣି ଉପରମୁହାଁ ହେବ ତାତି। ଯାହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଗାମୀ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି। ହିଟ ୱେଭ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । ମାର୍ଚ୍ଚ ୨୯ ସୁଦ୍ଧା ଗ୍ରୀଷ୍ମ ଲହରୀ ଫେରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ କମ୍ ଅଛି। କିନ୍ତୁ କିଛି ଅଞ୍ଚଳରେ ଏହା ବୃଦ୍ଧି ପାଇ ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଅଛି। ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବୃଦ୍ଧି…

Read More